ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟ ବେହାଲ, ଆହୁରି ୨୪ ଘଣ୍ଟା ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ଓଡ଼ିଶା ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶା ଲଗାଣ ବର୍ଷାରେ ବେହାଲ ହୋଇଛି। ଓଡ଼ିଶା ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର ସୂଚନା ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଢେଙ୍କାନାଳକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଆହୁରି ୨୪ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗତକାଲି ଠାରୁ ଲଗାଣ ବର୍ଷାରେ ରାଜଧାନୀ ବେହାଲ ହୋଇପଡ଼ିଥିବା ବେଳେ ଅନେକ ସ୍ଥାନରେ ପାଣି ଆଣ୍ଠୁଏ ଲେଖାଏଁ ପାଣି ଜମିଛି। ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

ସେହିପରି କଟକରେ ମଧ୍ୟ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ରହିଛି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ୧୨୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବାବେଳେ କଟକରେ ୧୭ ମିଲିମିଟର, ବାଲେଶ୍ୱରରେ ୧୦୩.୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି।