- ଭୁବନେଶ୍ୱର: ବାତ୍ୟା ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି। ଏ ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି। ବର୍ତ୍ତମାନର ବାତ୍ୟା ଯିବା ପରେ ବି ସେପ୍ଟେମ୍ବର ଶେଷବେଳକୁ ରାଜ୍ୟରେ ଆହୁରି ବର୍ଷା ସମ୍ଭାବନା ଅଛି।
- ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଆଁମୁ’ର ଏହା ଅଂଶବିଶେଷ ହେବ। ଡିଆଁମୁ କ୍ରମଶଃ ଦୁର୍ବଳ ହେବା ସହ ଭିଏତନାମ, ଥାଇଲାଣ୍ଡ ଅତିକ୍ରମ କରିବା ପରେ ଏବେ ମିଆଁମାର ଉପରେ ରହିଛି। ଏହା ଆହୁରି ଦୁର୍ବଳ ହୋଇ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରକୁ ପଶିବ। ପରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ। ଆଉ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ। ଏହା ପ୍ରଭାବରେ ସେପ୍େଟମମ୍ବର ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷା ଲାଗି ରହିବ। ଚଳିତ ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ।