ସାଲାଡ୍ ଖାଇବାକୁ ଭଲ ପାଆନ୍ତି ? ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ନିହାତି ଜରୁରୀ

ଖାଇବା ସମୟରେ ସାଲାଡ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସାଲାଡ୍ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପୋଷକ ମିଳିଥାଏ। ରୋଷେଇ ପରେ କିଛି ଭିଟାମିନ୍ ନଷ୍ଟ ହେଉଥିବା ବେଳେ ସାଲାଡ୍ ଖାଇଲେ ବିଭିନ୍ନ ଭିଟାମିନ୍ ଶରୀରକୁ ମିଳିଥାଏ। ସାଲାଡ୍ ଜରିଆରେ ଶରୀରରେ କେବଳ ଭିଟାମିନ୍ସ ନହେଁ ମିନେରାଲ୍ସ ଏବଂ ଫାଇବର ଚାହିଦା ପୂର୍ଣ୍ଣ ହୋଇଥାଏ।
ଯଦିଓ ସାଲାଡ୍ ଖାଇବା ଶରୀର ପାଇଁ ଲାଭଦାୟକ ତେବେ ଅନେକ ଲୋକ ଏହା ଖାଇବାର ତରିକା ସମ୍ପର୍କରେ ଜାଣିନାହାନ୍ତି। ସେଥିପାଇଁ ଅନେକ ଥର ସାଲାଡ୍ ଖାଇବା ବି ମହଙ୍ଗା ସାବ୍ୟସ୍ତ ହୋଇଥାଏ। ବିଶେଷ କରି ବର୍ଷାଋତୁରେ ସାଲାଡ୍ ଖାଇବାକୁ ନେଇ ବେଶ ସତର୍କ ହେବା ଜରୁରୀ।
ଡାଏଟେସିଆନଙ୍କୁ ଯଦି ଆପଣ ପଚାରିବେ ତେବେ ସେ ଖାଇବା ସହିତ ସାଲାଡ୍ ଖାଇବାକୁ ଆଦୌ ପରାମର୍ଶ ଦେବେ ନାହିଁ। ଡାଏଟେସିଆନଙ୍କ ମତରେ ଖାଦ୍ୟ ଖାଇବା ପୂବର୍ରୁ ସାଲାଡ୍ ଖାଇବା ଦରକାର। ଖାଦ୍ୟ ଖାଇବାର ଅତିକମ୍ରେ ଅଧଘଣ୍ଟା ପୂବର୍ରୁ ସାଲାଡ୍ ଖାଇବା ଭଲ। କାରଣ ଏହା ଦ୍ୱାରା ଆପଣଙ୍କର ଭୋକ କମ୍ ହେବ, ଯାହାଦ୍ୱାରା ରୁଟି କିମ୍ବା ଭାତ କମ୍ ଖାେଇବ। ଏଭଳି ହେଲେ ଶରୀରକୁ କମ୍ କାର୍ବୋହାଇଡ୍ରେଟ୍ ଯିବ। ଓଜନ କମିବା ସାଙ୍ଗକୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍, ଫାଇବର, ଭିଟାମିନ୍ ଏବଂ ମିନେରାଲ ମିଳିଯିବ।
ବିଶେଷଜ୍ଞଙ୍କ ମତରେ ସାଲାଡରେ ଲୁଣ ପାକାଇବା ଜରୁରୀ ନୁହେଁ। ଯଦି ଲୁଣ ପକାଉଛନ୍ତି ତେବେ କଳାଲୁଣ ପକାନ୍ତୁ। ବର୍ଷା ସମୟରେ ବ୍ୟାକ୍ଟେରିଆ ଅଧିକ ସକ୍ରିୟ ହେଉଥିବା ବେଳେ ଏହି ସମୟରେ ସାଲାଡ୍ ପ୍ରତି ଧ୍ୟାନ ଦେବା ଜରୁରୀ। ସାଲାଡ୍ ଅଧିକ ସମୟ ଧରି ରଖିବା ଉଚିତ ନହେଁ। ରାତି ସମୟରେ ମଧ୍ୟ ସାଲାଡ୍ ଖାଇବା ଉଚିତ ନୁହେଁ। ବିଶେଷ କରି ରାତିରେ କାକୁଡ଼ି ଖାଇବା ଜମା ଉଚିତ୍ ନୁହେଁ।