ଝାରସୁଗୁଡା,ଏନ୍ଏନ୍ଏସ୍: ବ୍ରଜରାଜନଗର ତେନେଲପାଲି ନିକଟସ୍ଥ ଗଣେଶ ନଗରରୁ ଆଜି ସମ୍ବଲପୁର ଅବକାରୀ ବିଭଗର ସ୍ୱତନ୍ତ୍ର ସ୍କ୍ୱାଡ଼ ବିପୁଳ ପରିମାଣର ନକଲି ମଦ ଜବତ କରିଛି। ଏହାସହ ଏହି ନକଲି ମଦ ତିଆରି ଓ ବିକ୍ରି ଘଟଣାରେ ସମ୍ପୃକ୍ତଥିବା ଦୁଇ ଭାଇ ଶିବ କୁମାର ସନହରା ଓ ସରୋଜ କୁମାର ସନହାରାକୁ ଗିରଫ କରିଥିବାବେଳେ ବାପା କରଣ କୁମାର ସନହାରା ଫେରାରଥିବା ଅବକାରୀ ବିଭାଗ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଗଣେଶ ନଗର ଅଞ୍ଚଳରେ ବେଆଇନ ବିଦେଶୀ ମଦ ଚାଲିଥିବା ନେଇ ସମ୍ବଲପୁର ଅବକାରୀ ବିଭାଗର ସ୍ପେଶାଲ ଟିମ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଆଜି ଏକ ୧୦ ଜଣିଆ ଟିମ ଚଢ଼ଉ କରିଥିଲା। ସେଠାରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ, ବୋତଲ, ଠିପି, ଷ୍ଟିକର ଜବତ କରିଛି। ଜବତ ମଦ ବୋତଲ ଗୁଡିକ ମଧ୍ୟରେ ୧୧୯ ଗୋଟି ଅରୁଣାଚଳ ପ୍ରଦେଶର ବିଦେଶୀ ମଦ ବୋତଲ, ୨୨୭୭ ନକଲି ଠିପି, ୨୯୧୨ ନକଲି ଷ୍ଟିକର ଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପ୍ରକଶ କରିଛି।