କଳାହାଣ୍ଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍, ୩ ଗଞ୍ଜେଇ ମାଫିଆ ଗିରଫ

କଳାହାଣ୍ଡି,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସବୁଜ ଜହର କାରବାର। ପ୍ରତିଦିନ ରାଜ୍ୟରେ ଗଞ୍ଜେଇ କାରବାରର ଖବର ସାମ୍ନାକୁ ଆସୁଥିବା ବେଳେ କିଛି ଜିଲ୍ଲା ଏବେ ଗଞ୍ଜେଇ କାରବାରର ହବ୍ ପାଲଟିଛି। ଆଜି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରୁ ଜବତ୍ ହୋଇଛି ବିପୁଳ ପରିମାଣର ଗଞ୍ଜେଇ।

ସୂଚନା ଅନୁସାରେ ଏକ ବୋଲେରୋ ଗାଡି ଯୋଗେ କୋରାପୁଟରୁ ପ୍ରାୟ ୪୫ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ କଳାହାଣ୍ଡି ଚାଲାଣ ହେଉଥିବା ବେଳେ କୋକସରା ପୁଲିସ ହାତରେ ଧରାପଡିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ପୁଲିସ ଏହି ଚୋରାକାରବାର ମାମଲାରେ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି।

ଅନ୍ୟପଟେ ପୁଲିସ ଗଞ୍ଜେଇ ଚାଲାଣ କରାଯାଉଥିବା ଗାଡିକୁ ଜବତ୍ କରିବା ସହିତ ୯ ଜଣ ଅଭିଯକ୍ତଙ୍କୁ କୋର୍ଟ ଚାଲାଣ କରିବା ନେଇ ପ୍ରସ୍ତୁତି ଚଳାଇଛି। ଗିରଫ ୩ ଜଣ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡ଼ୁଆ ଗାଁର ଭିକାରୀ ଖରା, ଗୋବିନ୍ଦ ପୂଜାରୀ ଓ ଅଠାଗୁଡ଼ା ଗାଁର ଶଙ୍କର ରାଓ।