କାଠଯୋଡ଼ିକୁ ଡେଇଁ ନିଖୋଜ ଥିବା ଯୁବକର ମୃତ ଦେହ ଠାବ

କଟକ,ଏନ୍ଏନ୍ଏସ୍: କାଠଯୋଡ଼ି ପୋଲରୁ ଡେଇଁ ଜଣେ ଯୁବକ ନିଖୋଜ ଥିବାବେଳେ ବୁଧବାର ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ଉକ୍ତ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତ ଦେହ ନିଆଳି କରଞ୍ଜ ଗ୍ରାମର ପ୍ରଧାନ ଦେବବ୍ରତ ମହାପାତ୍ରଙ୍କର ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ସ୍ପଷ୍ଟକରିଛନ୍ତି।

ସୂଚନା ଅନୁସାରେ ଗତ ୯ତାରିଖ ଦିନ ପତ୍ନୀ ଓ ପୁଅ ସହ ଦେବବ୍ରତ ଘରକୁ ଫେରୁଥିବା ବେଳେ ପାରିବାରିକ କଳହ ଯୋଗୁଁ ପତ୍ନୀ ଓ ପୁଅ ସାମ୍ନାରେ କାଠଯୋଡ଼ି ନଦୀକୁ ଡ଼େଇଁପଡ଼ିଥିଲେ। ତେବେ ତାଙ୍କର ମୃତ ଦେହ ନିଖୋଜ ଥିବାବେଳେ ବୁଧବାର ଦେବୀ ନଦୀର ରହମ୍ବା ନିକଟରୁ ଉଦ୍ଧାର କରାଯାଇଛି। ହେବ ଦେବବ୍ରତ କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ଥିଲେ।