ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ, ୯ ଗିରଫ, ମାରଣାସ୍ତ୍ର ଜବତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲାରେ ଗତ ରବିବାର ରାତିରେ ପୃଥକ୍‌ ଭାବେ ୨ଟି ସ୍ଥାନରେ ହୋଇ ଥିବା ଡକାୟତି ଉଦ୍ୟମ ପୋଲିସ ଫଣ୍ଡ କରିଛି କ୍ଷ ଉଭୟ ଗୋଷ୍ଠୀର ୯ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୨ ବନ୍ଧୁକ, ଭୁଜାଲି, ଖଣ୍ଡା, ଲୁହାଛଡ଼ ସହ ୫ ବାଇକ୍‌ ଜବତ କରାଯାଇଛି । ପୁଲିସ ଏ ନେଇ ଝାରସୁଗୁଡା ଓ ଓରିଏଣ୍ଟ ଥାନାରେ ୨ଟି ମାମଲା ରୁଜୁକରି ତଦନ୍ତ ଚଳାଇଛି।

ପ୍ରକାଶଯୋଗ୍ୟ ଯେ, ଝାରସୁଗୁଡ଼ାସ୍ଥିତ ଆଇଓସିଏଲ୍‌ ପ୍ଲାଣ୍ଟ ନିକଟ ଜଙ୍ଗଲରେ କିଛି ବ୍ୟକ୍ତି ଡକାୟତି ପାଇଁ ଯୋଜନା କରୁଥିବା ତାଳପଟିଆ ଫାଣ୍ଡି ପୋଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଏଣୁ ଏକ ପୋଲିସ ଟିମ୍‌ ପହଞ୍ଚି ଡକାୟତଙ୍କୁ କାବୁ କରିଥିଲେ।

ସେହିପରି ଓରିଏଣ୍ଟ ଥାନା ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ର ଏକ ପରିତ୍ୟକ୍ତ କୋଇଲା ଖଣି ଅଞ୍ଚଳରେ କେତେକ ଯୁବକ ଡକାୟତି ଯୋଜନା କରିଥିଲେ। ଖବରପାଇ ଓରିଏଣ୍ଟ ଥାନାର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିବାବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି କ୍ଷ ତେବେ ଫେରାର ଅଭିଯୁକ୍ତ ଙ୍କୁ ବି ଯଥା ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଅଶ୍ବନୀ କୁମାର ମହାନ୍ତି କହିଛନ୍ତି ।