ମୋବାଇଲ ଲୁଟ୍ କରି ଫେରାର ବେଳେ ଦୁର୍ଘଟଣା, ଜଣଙ୍କୁ କାବୁ କଲେ ଲୋକେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଆଇଗିଣିଆ ଆଳୁ ଗଦି ନିକଟରେ ଦୁର୍ବୃତ୍ତମାନେ ଏକ ସ୍କୁଟିରେ ଆସି ଜଣେ ଯୁବତୀଙ୍କ ଠାରୁ ମୋବାଇ ଲୁଟି ଫେରାର ହେଉଥିଲେ। ଏହି ସମୟରେ ଏକ କାର୍ ସହ ସ୍କୁଟିର ଧକ୍କା ହୋଇଥିଲା। ଫଳରେ ଦୁର୍ବୃତ୍ତମାନେ ତଳେ ପଡ଼ିଯାଇଥିଲେ।

ଏହି ସମୟରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକମାନେ କାବୁ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ସେଠାରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ପୁଲିସରେ ଜିମା ଦେଇଥିଲେ।