ମାରଣାସ୍ତ୍ର ଦେଖାଇ ଲୁଟିନେଲେ୨୪ ଲକ୍ଷ

ରାୟଗଡା,ଏନ୍ଏନ୍ଏସ୍: ମାରଣାସ୍ତ୍ର ଦେଖାଇ ପ୍ରାୟ ୨୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଆରଏମସି ଛକ ନିକଟରେ । ଗ୍ରାହକଙ୍କ ଠାରୁ ସିଏମଏସ୍ ସଂସ୍ଥାର କର୍ମଚାରୀ ଅନୀଲ ଗରଡିଆ ୨୪ ଲକ୍ଷ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ପୈଠ କରିବାକୁ ଆସୁଥିଲେ। ତେବେ ଆରଏମସି ଛକ ନିକଟରେ କିଛି ଦୁର୍ବୃତ୍ତ ଅନୀଲକୁ ଅଟକାଇ ମାରଣାସ୍ତ୍ର ଦେଖାଇବା ସହ ଠେଲାପେଲା କରି ଟଙ୍କା ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ ଅନୀଲ ରାୟଗଡ଼ା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରିବା ସହ କିଛିଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଖୁବଶୀଘ୍ର ଘଟଣାର ପର୍ଦ୍ଦଫାସ୍ ହେବ ବୋଲି ରାୟଗଡା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।