ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଗହଣା ଓ ବାଇକ୍

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସଦର ଥାନା ମହାଦେଈଯୋଡ଼ା ପଞ୍ଚାୟତର ଟିକରପଡ଼ାଠାରେ ଶନିବାର ରାତି ସାଢ଼େ ପ୍ରାୟ ୯ଟା ବେଳେ ଏକ ବଡ଼ ଧରଣର ଡକାୟତି ହୋଇଯାଇଥିବା ଖବର ମିଳିଛି। ୮/୯ ଜଣ ଡକାୟତ ହଠାତ୍ ରାଇସୁଅାଁପଟୁ ଆସି ଟିକରପଡ଼ା ରାସ୍ତାକଡ଼ରେ ଥିବା ନରେନ୍ଦ୍ର ବେହେରାଙ୍କ ଘରେ ପଶିଥିଲେ।

ଘରେ ଥିବା ଦୁଇଜଣ ବୟସ୍କ ଲୋକଙ୍କ ହାତଗୋଡ଼ ବାନ୍ଧିଦେବା ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସେମାନେ ମହିଳାମାନେ ପିନ୍ଧିଥିବା ସୁନାଗହଣା, ଘରେ ଥିବା ସୁନାଗହଣା, ଟଙ୍କା ପଇସା ଲୁଟ୍ କରି ଫେରାର୍ ହେବା ସମୟରେ ନରେନ୍ଦ୍ର ବେହେରା ରାଇସୁଅାଁ ଆଡ଼କୁ ବାଇକରେ ଫେରୁଥିଲେ। ଡକାୟତମାନଙ୍କ ସହ ମୁହାଁମୁହିଁ ହେବାରୁ ଡକାୟତମାନେ ତାଙ୍କୁ ଆକ୍ରମଣ କରି ତାଙ୍କର ବାଇକ୍ ଲୁଟି ନେଇଥିବା ଜଣାପଡ଼ିଛି।

ସଦର ଥାନାଠାରୁ ମାତ୍ର ୩ କିମି ଦୂରରେ ଏଭଳି ଏକ ବଡ଼ ଧରଣର ଘଟଣା ଅଞ୍ଚଳ ପାଇଁ ନୂଆ ହୋଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛି। ଖବର ଲେଖା ହେବା ବେଳକୁ ସବିଶେଷ ତଥ୍ୟ ମିଳିପାରି ନାହିଁ।