କାଟିଙ୍ଗିଆ ଶାଖା ଡାକଘରୁ ଲୁଟ୍

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ଦାରିଙ୍ଗବାଡ଼ି ବ୍ଲକ୍‌ କାଟିଙ୍ଗିଆ ଶାଖା ଡାକଘରୁ ବିଭିନ୍ନ ଆସବାବପତ୍ର ଓ ବିଭିନ୍ନ ଯାନ୍ତ୍ରୀକ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ସବ୍ଇନସ୍ପେକ୍ଟର ସଂଗ୍ରାମ ଜେନା କାଟିଙ୍ଗିଆରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଲୁଟ୍ ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିନଥିବା ବେଳେ ଡାକକାର୍ଯ୍ୟାଳୟ କର୍ମଚାରୀଙ୍କ ଏକ ଜମିର ଦଲିଲ୍‌ ସମେତ କିଛି କାଗଜପତ୍ର ଦୁର୍ବୃତ୍ତ ନେଇଯାଇଛନ୍ତି। ସୂଚନା ଅନୁସାରେ ଡାକ କର୍ମଚାରୀ ଅରୁଣ କୁମାର କାର୍ଜୀ ମଙ୍ଗଳବାର ଅପରାହ୍ଣରେ କାଟିଙ୍ଗିଆ ନିକଟସ୍ଥ ଝିଞ୍ଜିରିଗୁଡ଼ା ଠାରେ ଅନୁଷ୍ଠିତ ଯାତ୍ରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କାର୍ଯ୍ୟାଳୟର ପଛ କବାଟ ଭାଙ୍ଗି ଶାଖା ଡାକଘରେ ପଶିଥିଲେ। ତେବେ ଟଙ୍କା ନପାଇ ଭଙ୍ଗାରୁଜା କରିବା ସହ କାଗଜପତ୍ର ନେଇଥାଇ ପାରନ୍ତି ବୋଲି ଡାକକର୍ମଚାରୀ କାର୍ଜୀ କହିଛନ୍ତି। କାର୍ଯ୍ୟାଳୟ ବାହାରେ ସମସ୍ତ ଯାନ୍ତ୍ରିକ ସାମଗ୍ରୀ ସହ କାଗଜ ପତ୍ର ପଡ଼ିଥିବା ଅରୁଣଙ୍କ ସମ୍ପର୍କୀୟ ଦେଖି ଜଣାଇଥିଲେ। ଏ ନେଇ ଅରୁଣ ଥାନାରେ ଅଭିଯୋଗ କରିଛନ୍ତି।