ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ସଶସ୍ତ୍ର ଡକାୟତି

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଅଂଚଳରେ ଜଣେ ବ୍ୟାଙ୍କ ମ୍ୟାନେଜର ଓ ପତ୍ନୀଙ୍କୁ ରୁମରେ ବନ୍ଦ କରି ଘରେ କଳାକନା ବୁଲାଇ ଦେଇଛନ୍ତି। ଥାନାରେ ଅଭିଯୋଗ ହେବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇ ରହୁଛନ୍ତି। ସୋମବାର ରାତିରେ ସେ ପରିବାର ସହ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ୫/୭ ଜଣ ଲୁଟେରା ଘର ପଛପଟ ଝରକା ଭାଙ୍ଗି ଭିତରେ ପଶିଥିଲେ। ଚୋର ପଶିବା ଶବ୍ଦ ଶୁଣୀ ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ ଉଠିପଡିବାରୁ ତାଙ୍କୁ ଏକ ଭୟଭିତ କରି ଏକ ଘରେ ବନ୍ଦ କରି ଦେଇଥିଲେ। ପରେ ଘରେ ଥିବା ସୁନା ଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ। ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଲୁଟି ନେଇଥିଲେ। ପ୍ରାୟ ୧ଘଂଟା ଘର ଭିତରେ ଲୁଟପାଟ କରି ସେମାନେ ଅତି ସହଜରେ ପଳାଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।