ଓଡ଼ଗାଁରେ ଚାଞ୍ଚଲ୍ୟ: ମହିଳା ଜିଆରଏସଙ୍କଠାରୁ ୪୫ ହଜାର ଟଙ୍କା ଲୁଟ୍

ଓଡ଼ଗାଁ,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଆଜି ଏକ ଚାଞ୍ଚଲ୍ୟ କର ଘଟଣା ଘଟିଥିବା ଜଣାଯାଇଛି। ଜଣେ ମହିଳା ଜିଆରଏସଙ୍କଠାରୁ କିଛି ଦୁର୍ବୁତ୍ତ ଭତ୍ତା ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନସୁାରେ, ଓଡ଼ଗାଁ ଥାନା ଅନ୍ତର୍ଗତ ଭାଡ଼ିକିଳା ପଞ୍ଚାୟତ ଜିଆରଏସ୍ ଗାୟତ୍ରୀ ଖଣ୍ଡେଇ ଆଜି ବୃଦ୍ଧ ବୃଦ୍ଧା ମାନଙ୍କୁ ଭତ୍ତା ଟଙ୍କା ବାଣ୍ଟି ନିଜ ସ୍କୁଟି ଯୋଗେ ଫେରୁଥିଲେ। ଏହି ସମୟରେ ବାଉଁଶଗାଡ଼ିଆ ଆମ୍ବରାପୁର ରାସ୍ତାର ଏକ ବ୍ରିଜ ନିକଟରେ ଦୁଇ ଜଣ ଦୁର୍ବତ୍ତ ତାଙ୍କୁ ଅଟକାଇ ପ୍ରଥମେ ଗାଡ଼ି ଚାବି ଛଡ଼ାଇ ନେଇଥିଲେ। ପରେ ତାଙ୍କ ଡିକି ଖୋଲି ଡିକିରେ ଥିବା ୪୫ ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏନେଇ ମହିଳା ଜିଆରଏସ୍ ଜଣଙ୍କ ଓଡ଼ଗାଁ ଥାନାରେ ପହଞ୍ଚି ଏତଲା ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା ଜଣାଯାଇଛି।