ବନ୍ଧୁକ ମୁନରେ ୧୦ ଲକ୍ଷରୁ ଅଧିକ ଲୁଟ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ସହର ବାଇପାସ ରାସ୍ତାରେ ଥିବା ଶ୍ରେୟା ଟ୍ରେଡର୍ସ ନାମକ ଏକ ଚାଉଳ, ଡାଲି ହୋଲସେଲ ଦୋକାନରୁ ଦିନ ଦ୍ୱିପହରରେ ଦୁର୍ବୃତମାନେ ବନ୍ଧୁକ ମୁନରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସୂଚନା ପାଇ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି, ଏସଡିପିଓ କୈଳାସ ଆଚାର୍ଯ୍ୟ ପୁଲିସ ଟିମ ପହଂଚି ତଦନ୍ତ ଆରମ୍ଭ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା ବନ୍ଧି କରିିଛନ୍ତି। ଆରକ୍ଷୀ ଅଧିକାରୀ ଦୋକାନ ମାଲିକଙ୍କୁ ସିସି ଟିଭି ନ ଲଗାଇଥିବାରୁ ତାଗିତ କରିବାସହ ସିସିଟିଭି ଲାଗିଥିଲେ ସଂଗେସଂଗେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପାରିଥାନ୍ତେ ବୋଲି କହିଛନ୍ତି। ତେବେ ଅଭିଯୁକ୍ତମାନଙ୍କୁ ଅତି ଶୀଘ୍ର ପୁଲିସ ଗିରଫ ସଫଳ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ଣ ପ୍ରାୟ ୨ଟାରେ ୩ ଜଣ ଦୁର୍ବୁତ୍ତହେଲେମେଟ ପିନ୍ଧି ଦୋକାନ ନିକଟକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଦୋକାନ ଭିତରକୁ ପଶି ଦୋକାନ ମାଲିକ ଶଂକର କେଡିଆଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିବାସହ କାଉଂଟରରେ ଥିବା ସସସ୍ତ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଝାରସୁଗୁଡା-ଛତିଶଗଡ, ଝାରସୁଗୁଡା- ସମ୍ବଲପୁର, ଝାରସୁଗୁଡା- ସୁନ୍ଦରଗଡ ରାସ୍ତାରେ ନାକା ବନ୍ଧି କରିଛି।