ବାଇକ ଡିକି ଭାଙ୍ଗି ୭୪ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବଜାର ଉପରୁ ବୁଧବାର ଅପରାହ୍ନ ରେ ଜଣେ ଶିକ୍ଷକଙ୍କ ଗାଡିର ଡିକି ଭାଙ୍ଗି ୭୪ ହଜାର ଟଙ୍କା ଲୁଟ ହୋଇଥିବା ପାଟଣା ଥାନା ରେ ଅଭିଯୋଗ ହୋଇଛି । ପାଟଣା ବ୍ଲକ ପୋଲାଣ ଘାଟି ଉଚ୍ଚବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ମହାନ୍ତ ବୁଧବାର ବିଦ୍ୟାଳୟ ଛାତ୍ରାବାସର ପରିଚାଳନା ଟଙ୍କା ଉଠାଇ ଏକ ଦୋକାନକୁ ଯାଇଥିବା ସମୟରେ ବାଇକର ଡିକି ଭାଙ୍ଗି ଦୁର୍ବୁତ୍ତମାନେ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି। ଅଭିଯୋଗ ପରେ ପାଟଣା ଥାନା ରେ ଏକ ମାମଲା ରୁଜୁ କରି ପୋଲିସ ଛାନଭିନ ଜାରିରଖିଛି।