ବୃଦ୍ଧାଙ୍କ ସୁନା ଚେନ୍ ଝାମ୍ପି : ଦୁର୍ବୃତ ଫେରାର

ରାୟଗଡା, ଏନ୍ଏନ୍ଏସ୍ : ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥିରେ ରାୟଗଡା ସହରର ମାତିଛନ୍ତି ଲୁଟେରା। ସୂଚନା ମୁତାବକ ରାୟଗଡା ସହରସ୍ଥିତ ବ୍ୟାଙ୍କ କଲୋନୀ ତୃତୀୟ ଗଳିରେ ଜଣେ ବୃଦ୍ଧାଙ୍କ ଠାରୁ ୫ ତୋଳା ଓଜନର ଏକ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ ବ୍ୟାଙ୍କ କଲୋନୀ ଦ୍ୱିତୀୟ ଗଳିରେ ରହୁଥିବା ଜି.ମଙ୍ଗେୟାମା କ୍ଷୀର ଦେଇ ନିଜ ଘରକୁ ଫେରୁଥିବା ସମୟରେ ୨ ଜଣ ଦୁର୍ବୃତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ଦୁର୍ବୃତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ମହିଳାଙ୍କ ପରିବାର ପକ୍ଷରୁ ରାୟଗଡା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ବୃତ ମାନଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ରେଡ କରାଯାଥିବା ଜଣାପଡିଛି। ଏ ନେଇ ରାୟଗଡା ଥାନାରେ ୩୭୩ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଘଟଣାର ନିଜେ ତଦନ୍ତ କରୁଥିବା ଜଣାପଡିଛି।