ଦିନ ଦ୍ୱୀପହରରେ ଲୁଟେରାଙ୍କ ଟାର୍ଗେଟରେ ଆଦିବାସୀ ମହିଳା

ରାୟଗଡା, ଏନ୍ଏନ୍ଏସ୍ : ଏବେ ଲୁଟେରାଙ୍କ ଟାର୍ଗେଟରେ ସରଳ ଆଦିବାସୀ ମହିଳା । ହାଟ,ବଜାର କି ବ୍ୟାଙ୍କକୁ ଆସୁଥିବା ଲକ୍ଷ କରି ଆଖି ପିଛୁଳାକେ ଲୁଟିନେଉଛନ୍ତି ଟଙ୍କା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଷମକଟକ ଅଞ୍ଚଳରେ । ବିଷମକଟକ ଥାନା ସମ୍ନାରେ ଦିନ ଦ୍ୱୀପହରରେ ଜଣେ ମହିଳାଙ୍କ ଠାରୁ ୨ ଦୁର୍ବୁତ ଏକ ବାଇକରେ ଆସି ଟଙ୍କାବ୍ୟାଗ୍ କୁ ଝାମ୍ବି ନେବାର ଉଦ୍ୟମ କରିଥିଲେ।

ମଙ୍ଗଳବାର ସକାଳ ୧୦ ଘଣ୍ଟା ସମୟରେ ଭେଜିପଦର ଗ୍ରାମର ଜଣେ ଆଦିବାସୀ ମହିଳା ଦୈମତି ନିସିକା ବ୍ୟାଙ୍କକୁ ଟଙ୍କା ଜମା କରିବା ନିମନ୍ତେ ଯାଉଥିବା ସମୟରେ ୨ ଦୁର୍ବତ ଏକ ହଣ୍ଡା ସାଇନ ବାଇକ୍ ରେ ଆସି ପଛପଟୁ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ବି ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କ ଉପସ୍ତିତ ବୁଦ୍ଧୀ ଓ ସାହାସିକତା ଯୋଗୁଁ ଦୁର୍ବୁତ ଦୁଇ ସଫଳ ହୋଇ ପାରିନଥିଲେ । ମହିଳାଙ୍କ ପାଟିଶୁଣି ଲୋକମାନେ ଆସିଯିବା ଦେଖି ସେଠାରୁ ଖସି ଚାଲିଯାଇଥିଲେ । ସେମାନଙ୍କ ପିଛା କରିବା ପରେ ଶେଷରେ ତାରିଣୀ ମନ୍ଦିର ନିକଟରେ ବାଇକ୍ ଛାଡିଦେଇ ଚମ୍ପଟ ମାରିଥିବା ଜଣାପଡିଛି । ଘଟଣା ସ୍ଥଳରେ ବିଷମକଟକ ପୋଲିସ୍ ଓ ସ୍ତାନୀୟ ଲୋକେ ଦୁର୍ବୁତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଘଟଣା ସ୍ଥଳରୁ ଦୁର୍ବୁତଙ୍କ ବାଇକ୍ କୁ ପୁଲିସ ଯବତ କରିଛି ।