ଠିକା କର୍ମଚାରୀଙ୍କ ଘରୁ ୧୦ ଲକ୍ଷ ଟଙ୍କା ସହିତ ୫୦ ଭରି ସୁନା ଲୁଟ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ନାଲକୋ ଥାନା କିରାଙ୍ଗ ଗାଁରେ ଗତ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଲୁଟ ହୋଇଛି। ୧୦ ଲକ୍ଷ ନଗଦ ଟଙ୍କା ଓ ୫୦ ଭରି ସୁନା ଲୁଟ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ନାଲକୋର ଜଣେ ଠିକା କର୍ମଚାରୀଙ୍କ ଘରୁ ୪ ଦୁର୍ବୃତ୍ତ ଲୁଟପାଟ କରିଛନ୍ତି। କର୍ମଚାରୀ ଜଣଙ୍କ ଘରେ ନଥିବାବେଳେ ତାଙ୍କ ଭଉଣୀଙ୍କୁ ନିଶା ସ୍ପ୍ରେରେ ଅଚେତ କରାଇ ଦୁର୍ବୃତ୍ତମାନେ ଲୁଟ କରିଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ ପରେ ନାଲକୋ ପୁଲିସ ଛାନଭିନ ଆରମ୍ଭ କରିଛି।