ସ୍କୁଟି ରୁ ଝାମ୍ଫି ନେଲେ ୨ଲକ୍ଷ ଟଙ୍କା

ଦାରିଙ୍ଗବାଡ଼ି,ଏନଏନଏସ :ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ସ୍କୁଟି ରୁ ୨ଲକ୍ଷ ଟଙ୍କା ଲୂଟ।
ସୂଚନା ପ୍ରକାରେ ସିମନବାଡ଼ି ଓ ବୁଡ଼ାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ୟ୍ୟରତ ଶ୍ରୀପତି ମଲ୍ଲିକ ଦାରିଙ୍ଗବାଡ଼ି ଷ୍ଟେଟବ୍ୟାଙ୍କ ରୁ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିଥିଲେ । ତେବେ ଟଙ୍କା ଉଠାଇବା ପରେ କିଛି ଦୂରରେ ସ୍କୁଟିଟିକୁ ରଖି ଡିକି ଖୋଲିବା ସମୟରେ ଟଙ୍କା ଓ ବିଭିନ୍ନ ରେକର୍ଡ ପତ୍ର ଥିବା ବ୍ୟାଗଟି କୁ ହଟାତ ଏକ ୨୨୦ ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ଝାମ୍ଫି ନେଇଥିଲେ । ଏନେଇ ସେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱବାଧାନ ରେ ସେକଣ୍ଡ ଅଫିସର ଗୋପାଳ କୃଷ୍ଣ ଆଗୁପାତ୍ରଙ୍କ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରୁଛନ୍ତି।