ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଶିବଶକ୍ତି ଇଣ୍ଟରନ୍ୟାସନାଲ ଷ୍ଟୋର ରୁମରୁ ଗତକାଲି ରାତିରେ ଡକାୟତି କରିଥିବା ୨ ଡକାୟତକୁ ବଡ଼ମାସ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ପାଖରୁ ୫ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଭୁର୍କାମୁଣ୍ଡା ଅଞ୍ଚଳର ସୁରେନ୍ଦ୍ର ରୋହିଦାସ ଓ ଖଗେଶ୍ୱର ସାଏ ବୋଲି ଜଣାପଡ଼ିଛି। ତେବେ ଏହି ଡକାୟତିରେ ସମ୍ପୃକ୍ତ ଥିବା ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ଫେରାର ଥିବା ଅଭିଯୁକ୍ତଙ୍କ ବିରୋଧରେ ଅନେକ ଅପରାଧୀକ ମାମଲା ରହିଥିବା ମଧ୍ୟ କହିଛନ୍ତି। ସୂଚନାନୁଯାୟୀ, ସୋମବାର ରାତିରେ ଅଭିଯୁକ୍ତମାନେ ଶିବଶକ୍ତି ଇଣ୍ଟରନ୍ୟାସନାଲ ଷ୍ଟୋର ରୁମ ଆସି ସିକ୍ୟୁରଟି ଗାର୍ଡକୁ ଛୁରୀ ଦେଖାଇ ରେଲୱେ ସିଗ୍ନାଲିଙ୍ଗ କପର କେବୁଲ ଲୁଟି ନେଇଥିଲେ। ଏହାକୁ ଭୁର୍କାମୁଡ଼ା ଅଞ୍ଚଳର ଏକ ବ୍ୟକ୍ତିଙ୍କ ଘରେ ଲୁଚାଇ କପର ବାହର କରି ସେମାନେ ବିକ୍ରି କରିବାର ଯୋଜନା କରିଥିଲେ। ହେଲେ ଏହି ଡକାୟତି ନେଇ ଷ୍ଟୋର ମାଲିକ ବଡ଼ାମଲ ଥାନାରେ ଏକ ଲିଖିତ ଅଭିଯୋଗ କଲା ପରେ ପୁଲିସ ଧାରା ୩୯୪ରେ କେଶ ନମ୍ବର ୭୯ ରୁଜୁ କରି ତଦନ୍ତ ଆରମ୍ଭ କରି ଳ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।