ମହିଳାଙ୍କଠୁଁ କାନଫୁଲ ଲୁଟ

ବାଲିଗୁଡା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼଼ିରେ ଜଣେ ମହିଳାଙ୍କଠାରୁ ଦୁର୍ବୃତ୍ତ ସୁନା କାନଫୁଲ ଲୁଟ କରିଛନ୍ତି। ମହିଳା ଜଣକ ହେଲେ ସିମନବାଡ଼଼ିର ତ୍ରିବେଣୀ ବେହେରା। ଦୁର୍ବୃତ୍ତ ଜଣକ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ କାନଫୁଲ ଛଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ମହିଳା ଜଣକ ପ୍ରତିଦିନ ଭଳି ତ୍ରିବେଣୀ ଗାଁ ଶେଷରେ ଥିବା କାଶୀବାଡ଼ି ନାଳକୁ ଲୁଗା ସଫା କରିବାକୁ ଯାଇଥିଲେ । ପୂର୍ବରୁ ସେଠାରେ ଥିବା ଜଣେ ଦୁର୍ବୃତ୍ତ ହଠାତ୍‌ ତ୍ରିବେଣୀଙ୍କୁ ଆକ୍ରମଣ କରି ପ୍ରବଳ ମାଡ଼ ମାରିବା ସହ କାନଫୁଲ ଝାମ୍ପିନେଇ ଫେରାର ହୋଇଯାଇଥିଲେ ।