ଦିନ ଦ୍ୱୀପହରରେ ଘରର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅର୍ନ୍ତଗତ ତୁରୁମୁଙ୍ଗା କଲେଜ ସାହିର ପ୍ରଭାକର ସାହୁଙ୍କ ଘରୁ ଘରେ କେହି ନଥିବା ବେଳେ ଘରର ମୁଖ୍ୟ ଦ୍ୱାର ଚାବି ଭାଙ୍ଗି ଆଲମୀରାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୨୦ ହଜାର ଟଙ୍କା ଲୁଟିନେଇଛନ୍ତି ୩ ଦୁର୍ବୁତ୍ତ । ଲୁଟ ମଧ୍ୟରେ ସୁନାର କାନଫୁଲ ୨ଟା ଗୋଟିଏ ମଙ୍ଗଳ ସୂତ୍ର ଦୁଇଟି ମୁଦି ଓ ପାଉଁଞ୍ଜି ୨ହଳ ଥିବା ଅଭିଯୋଗ ହୋଇଛି। ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚୋରି ଓ ଡ଼କାୟତ ଭଳି ଘଟଣା ଘଟୁଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।