ଝାମ୍ପିନେଲେ ୪ ଲକ୍ଷ ଟଙ୍କା

ନୀଳଗିରି,ଏନ୍ଏନ୍ଏସ୍ : ଆଜି ଅପରାହ୍ନ ଦିନ ପ୍ରାୟ ୩.୩୦ ମିନିଟ୍ ସମୟରେ ଜୈନିକ ବ୍ୟକ୍ତିଙ୍କ ଠାରୁ ମିତ୍ରପୁର ବଜାରରୁ ଦୁବୃର୍ତ୍ତମାନେ ୪ଲକ୍ଷ ଟଙ୍କା ଝାମ୍ପିନେଇଥିଲେ ।

ସୂଚନା ଅନୁଯାୟୀ, ମିତ୍ରପୁର ଟ୍ରକ୍ ଆସୋସିଏସନ କୋଷଦକ୍ଷ ସୁଦାଂଶୁ ଶେଖର ପଣ୍ଡା (ବାବୁ ପଣ୍ଡା) ପେପର ମିଲସ୍ଥିତ ବାଲଗୋପାଲପୁର ଷ୍ଟେଟ୍ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇ ନିଜ ବ୍ୟାଗରେ ରଖି ମିତ୍ରପୁର ଆସିଥିଲେ ନିଜ ବାଇକକୁ ମିତ୍ରପୁରରେ ରଖି ଅନ୍ୟ ବ୍ୟକ୍ତି ସହିତ କଥା ହେଉଥିବା ବେଳେ ଆଖି ପିଛୁଳାକେ ଏକ ବାଇକରେ ଦୁଇଜଣ ଆସି ଗାଡ଼ିରେ ଟଙ୍ଗା ହୋଇଥିବା ଟଙ୍କା ବ୍ୟାଗଟିକୁ ଆଖି ପିଛୁଳାକେ ଲୁଟ୍ କରି ଘଟଣା ସ୍ଥଳରେ ଫେରାର ହୋଇଥିଲେ । ବହୁ ପତ୍ତା ଲାଗିଲାପରେ ବି ଦୁର୍ବୁତ୍ତ ମାନଙ୍କର ଟେର ପାଇ ପାରିନଥିଲା । ବର୍ତମାନ ସୁଦ୍ଧା ବି ଥାନାରେ ଏ ନେଇ କୌଣସି ମାମଲା ହୋଇନାହିଁ ବୋଲି ସୂଚନା ମିଳିଛି।