କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଉକଆଉଟ୍ ନୋଟିସ୍

  • ଲକ୍ଷେ୍ନø: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାମରେ ପୁଲିସ ଲୁକଆଉଟ୍ ନୋଟିସ୍ ଜାରି କରିଛି। ଖୁବଶୀଘ୍ର ଗିରଫ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଉତ୍ତରପ୍ରଦେଶ ପୁଲିସ ଆଇଜି ଲକ୍ଷ୍ମୀ ସିଂହ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଖୋଜା ଚାଲିଛି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ। ଖେରି ହିଂସାକାଣ୍ଡ ଘଟଣାରେ ଆଶିଷ ମିଶ୍ରାଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିବା ଆଇଜି ଶ୍ରୀ ସିଂହ କହିଛନ୍ତି। ଆଶିଷ ଚାଷୀଙ୍କ ଉପରକୁ ଗୁଳି ଚଳାଇବା ସହ ଘଟଣାସ୍ଥଳରେ କାର୍ରେ ଉପସ୍ଥିତ ଥିଲେ ଏଫଆଇଆରରେ ଦର୍ଶାଯାଇଛି।