ସଚିବାଳୟ ମାର୍ଗ ହେଲା ଲୋକସେବା ମାର୍ଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଏଜି ଛକରୁ ଆଚାର୍ୟ୍ୟ ବିହାର ଛକ ପର୍ୟ୍ୟନ୍ତ ଥିବା ରାସ୍ତାର ନାମ ପରିବର୍ତନ କରାଯାଇଛି । ଏହା ନୂଆ ନାଁ ‘ଲୋକସେବା ମାର୍ଗ’ ରଖାଯାଇଛି । ପୂର୍ବରୁ ଏହି ରାସ୍ତାର ନାମ ସଚିବାଳୟ ମାର୍ଗ ଥିଲା । ନିକଟରେ ସଚିବାଳୟର ନାମ ଲୋକସେବା ଭବନକୁ ବଦଳାଯିବା ପରେ ସେହି ଅନୁଯାୟୀ ଶନିବାର ଉକ୍ତ ରାସ୍ତାର ନାମ ବଦଳାଯାଇଛି ।