ପଙ୍ଗପାଳ ସର୍ବେକ୍ଷଣ ଅଭିଯାନ ଆରମ୍ଭ

ଝାରସୁଗୁଡା,ଏନ୍ଏନ୍ଏସ୍: ଜିଲ୍ଲାପାଳ ସରୋଜ କୁମାର ସାମଲ ଆଜି ପଙ୍ଗପାଳ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ସାମନ୍ୟ ଝିଣ୍ଟିକା ଦେଖି ଭୟଭୀତ ହେଉଥିବା ଚାଷୀଙ୍କ ଭୟ ଦୂର କରିବା ଓ ସାମ୍ଭବ୍ୟ ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଦ୍ୱାରା ପଙ୍ଗପାଳ ଚାଷ ପ୍ରତି କେତେ କ୍ଷତିକିରାକ ଓ ଏହାର କିପିରି ମୁକାବିଲା କରାଯାଇ ପାରିବ ସେନେଇ ଲୋକଙ୍କୁ ଅବଗତ କରାଯାଉଛି। ଏଥିପାଇଁ ଜିଲ୍ଲାର ପ୍ରତିଟି ବ୍ଲକ୍ ପାଇଁ ୨ଟି ଲେଖାଏଁ ସ୍ୱତନ୍ତ୍ର ଦଳ ଗଠନ ଓ ଜିଲ୍ଲା ସ୍ତରରେ ୩ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।

ଏହି ଦଳରେ କୃଷି ବିଭାଗ, ହର୍ଟିକଲଚର୍ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ରହିଛନ୍ତି। ସେମାନେ ପଙ୍ଗପାଳ ଜନିତ ସମସ୍ତ ଟିକିନିଖି ତଥ୍ୟ ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ଅନ୍ୟପଟେ ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରେ କଣ୍ଟ୍ରେଲ ରୁମ କରାଯାଇଛି। କଣ୍ଟ୍ରେଲ ରୁମକୁ କୌଣସି ସ୍ଥାନରୁ ଫୋନ ଆସିଲେ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ତଦାରଖ କରୁଛନ୍ତି।

ବର୍ତ୍ତମାନ ଜିଲ୍ଲାର ଜଙ୍ଗଲଗୁଡିକରେ ଝିଣ୍ଟିକାର ଉପଦ୍ରବ ଦେଖିବାକୁ ମିଳୁଛି। ଏହାଦେଖୀ ଚାଷୀଙ୍କ ମନରେ ଭୟ ଉତ୍ପନ୍ନ ହେଉଛି। କିନ୍ତ ଏହା ପଙ୍ଗପାଳ ନୁହନ୍ତି। ଏହି କୀଟ ଜିଲ୍ଲାକୁ ପ୍ରବେଶ କଲେ କୃଷି ବିଭାଗ, ଜିଲ୍ଲା ପ୍ରଶାସନ ଜାଣି ପାରିବ। ସେହିପରି ଏହାର ମୁକବିଲା ପାଇଁ ଜିଲ୍ଲାର ସୀମାନ୍ତରେ ଅଗ୍ନିଶମ ବିଭାଗ ଅଭ୍ୟାସ କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାରେ ଯଥେଷ୍ଟ ପରିମାଣର କୀଟନାଶକ ଓ ସ୍ପ୍ରେୟର ମସିନ ରହିଛି। ଭୁବେନେଶ୍ୱରରୁ ୨ଟି ସ୍ୱତନ୍ତ୍ର ବୈଜ୍ଞାନିକ ପଠଇବା ପାଇଁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଶତପଥୀ କହିଛନ୍ତି। ତେଣୁ ପଙ୍ଗପାଳ ଆକ୍ରମଣ ନେଇ ଜିଲ୍ଲାର ଚାଷୀକୂଳ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।