ୟୁପିରେ ଲକଡାଉନ ଅବଧି ବୃଦ୍ଧି: ମେ’ ୧୦ ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ

ଲଖନଉ,ଏଜେନ୍ସି: ବଢ଼ୁଥିବା କରୋନା ସଂକ୍ରମଣକୁ ଲକ୍ଷ କରି ଉତ୍ତରପ୍ରଦେଶରେ ଲକଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଏବେ ମେ’ ୧୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ। ଏହା ପୂର୍ବରୁ ମେ’୬ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଥିଲା।

ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୟୁପିରୁ ୨୫,୮୫୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଅପରପକ୍ଷରେ କରୋନାରେ ଆଉ ୩୫୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ବିଗୁଡୁଥିବା ସ୍ଥିତିକୁ ଲକ୍ଷ କରି ଏହି ନିଷ୍ପତ୍ତି ନିଆଯାଇଛି।