ପାଟଣାଗଡ଼ରେ ଲକଡାଉନ ସ୍ଥିତି: ଦୋକାନ ବଜାରକୁ ବନ୍ଦ କଲା ପ୍ରଶାସନ

ପାଟଣାଗଡ଼,ଏନ୍ଏନ୍ଏସ୍: ସମଗ୍ର ଦେଶରେ ବର୍ତ୍ତମାନ କରୋନା ଭୂତାଣୁ କାୟା ବିସ୍ତାର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର ନିରାକରଣ ପାଇଁ କୌଣସି ଔଷଧ ତିଆରି ହୋଇନାହିିଁ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିଜ ନିଜ ଘରେ ରହିବା ଓ ବିନା କାରଣରେ ପଦାକୁ ନବାହାରିବାକୁ ତାଙ୍କ ଭାଷଣରେ ଦେଶ ବାସୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ସାଧାରଣ ଜନତା ଏଥିପ୍ରତି ସତର୍କ ନଥିବା ବେଳେ ପୁଲିସ ବାଧ୍ୟ ହେଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ।

ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ପ୍ରଶାସନ ତରଫରୁ ତହସିଲଦାର ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ତତ୍ତ୍ୱ।ବଧାନରେ ଆଜି ପାଟଣାଗଡ଼ ଏସଡିପିଓ ସୁରେଶ ନାୟକ, ଥାନାଧିକାରୀ କେ ପ୍ରିୟଙ୍କା ରାଉତରାୟ ଓ ବିଭିନ ପୁଲିସ କର୍ମଚାରୀମାନେ ସହରର ବିଭିନ ଛକରେ ଡ଼ାକବାଜି ଯନ୍ତ୍ରରେ ସଚେତନା କରି ଦୋକାନବଜାର ବନ୍ଦ କରାଇଥିଲେ।

ଏଥିସହ ଅଯଥାରେ ଭିଡ଼ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରିକରିଛନ୍ତି। ଏଥିସହ କହିଛନ୍ତି ଯେ ଯଦି କିଏ ଏହି ନିୟମକୁ ଉଲଘଂନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ପରବର୍ତ୍ତୀ ଆଦେଶ ନ ଆସିବା ପର୍ୟ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ପାଟଣାଗଡ଼ ତହସିଲଦାର ସୂଚନା ଦେଇଛନ୍ତି।