ନୂଆଦିଲ୍ଲୀ,ଏଜେନ୍ସି: କରୋନା ପାଇଁ ଲକ୍ଡାଉନ୍ କେବଳ ପୋଷ୍ଟପୋନ। ଏହା ଦ୍ୱାରା ଯୁଦ୍ଧକୁ ଜିତି ହେବ ନାହିଁ। ଏହି ଯୁଦ୍ଧ ଜିତିବା ପାଇଁ ଟେଷ୍ଟିଂ ହିଁ ପ୍ରମୁଖ ଅସ୍ତ୍ର ବୋଲି ରାହୁଲ ଗାନ୍ଦୀ ଆଜି ପେସମିଟରେ କହିଛନ୍ତି।
ସେ କହିଛନ୍ତି ଯେ ଦେଶରେ ଅଧିକ ଟେଷ୍ଟିଂ ସୁବିଧା କରାଯାଉ। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ସହ ଏଦିଗରେ କେନ୍ଦ୍ର ସରକାର ଏକ ରଣନୀତି ସହ ଆଗକୁ ବଢ଼ନ୍ତୁ। ବର୍ତ୍ତମାନ ଦେଶ ଏକ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ କାମ କରିବା ଉଚିତ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଲକ୍ଡାଉନ୍ ସରିବା ପରେ କରୋନା ସଂକଟର ପ୍ରଭାବ ଦେଖିବାକୁ ମିଳିବ। ବର୍ତ୍ତମାନ ବେରୋଜଗାରୀ ବଢ଼ିଚାଲିଛି। ଏହି ପ୍ରସଙ୍ଗକୁ ସରକାର ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ। ସେହିପରି କ୍ଷୁଦ୍ର ଶିଳ୍ପଗୁଡ଼ିକ ପାଇଁ ପ୍ୟାକେଜ୍ ଘୋଷଣା କରିବା ଆବଶ୍ୟକ ରହିଛି। କରୋନା ମୁକାବିଲା କ୍ଷେତ୍ରରେ ସବୁ ରାଜ୍ୟ ସରକାର ଭଲ କାମ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟଗୁଡ଼ିକୁ ସେମାନଙ୍କର ପ୍ରାପ୍ୟ ମିଳୁ ବୋଲି ରାହୁଲ ଅପିଲ କରିଛନ୍ତି।