ଦିଲ୍ଲୀରେ ଲକଡାଉନ, ୧୪୪ ଧାରା ଜାରି

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ ଲକ୍‌ ଡାଉନ୍‌ ସହ ସମଗ୍ର ସହରରେ ୧୪୪ ଧାରା ଜାରି ହୋଇଛି। ଗତକାଲି ରାତି ୯ଟାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ଜଣାପଡ଼ିଛି। ଏକା ସାଙ୍ଗରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏ ନେଇ ଆଜି ସକାଳ ୬ଟାରୁ ଆଗାମୀ ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଲକଡାଉନ ରହିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସମିଟରେ ସୂଚନା ଦେଇଛନ୍ତି।

ଏହାସହ ଦିଲ୍ଲୀରୁ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ୍‌ କରାଯାଇଛି। ଦିଲ୍ଲୀର ସୀମାକୁ ମଧ୍ୟ ସିଲ୍‌ କରିଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସେବା ଖୋଲା ରହିବ ବୋଲି ସୂଚନା ମିଳିଛି। ସେହିପରି ଦିଲ୍ଲୀ ପରିବହନ ନିଗମର ୨୫ ପ୍ରତିଶତ ବସ୍‌ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।