ପୁଣି ଲକଡାଉନ ଅବଧି ମେ’ ୩୧କୁ ବୃଦ୍ଧି, ଆରମ୍ଭ ହେବ ଆର୍ଥିକ କାର୍ଯ୍ୟକଳାପ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସ୍ଥିତିକୁ ଲକ୍ଷ କରି କେନ୍ଦ୍ର ସରକାର ପୁଣି ଲକଡାଉନ ଅବଧିକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଲକଡାଉନ-୪.୦ ଗତକାଲି ଠାରୁ ଦେଶ ତଥା ରାଜ୍ୟମାନଙ୍କରେ ଲାଗୁ ହେବ। ଏ ନେଇ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡୁ ଓ ପଞ୍ଜାବରେ ରାଜ୍ୟ ସରକାର ମେ’ ୩୧ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିସାରିଥିଲେ।

ଏଥିସହ ମୁଖ୍ୟ ସଚିବ ଓ ପୁଲିସ ମୁଖ୍ୟଙ୍କ ସହ ଆଲୋଚନା ପରେ ସାଧାରଣ ଯାତାୟାତକୁ କୋହଳ କରାଯାଇଥିବା ବେଳେ ସମସ୍ତ ବିମାନ ସେବା ଓ ମେଟ୍ରୋ ସେବା ବନ୍ଦ ରହିବ ବୋଲି ଜଣାପଡ଼ିଛି। ସେହିପରି ଆର୍ଥିକ କାର୍ଯ୍ୟକଳାପକୁ ଏହି ଲକଡାଉନରେ କୋହଳ କରାଯାଇଛି। ତେବେ ସମସ୍ତ ଆର୍ଥିକ କାର୍ଯ୍ୟକଳାପ କେଉଁ ଯୋଜନରେ ହେବ କି ନାହିଁ ସେ ନେଇ ରାଜ୍ୟ ସରକାର ସ୍ଥିର କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ସେଥିରେ ମୁଖ୍ୟମନ୍ତ୍ରୀମାନେ ଲକଡାଉନ ଅବଧିକୁ ବର୍ଦ୍ଧିତ କରିବା ପାଇଁ ଦାବି କରିଥିଲେ। ଏପରିକି ମହାରାଷ୍ଟ୍ର, ତାମିଲନାଡୁ ଓ ପଞ୍ଜାବରେ ଲକଡାଉନ ଅବଧିକୁ ରାଜ୍ୟ ସରକାର ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିସାରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟରେ ଲକଡାଉନ ଅବଧିକୁ ପୁଣି ମେ’ ୩୧କୁ ବୃଦ୍ଧି କରାଯାଇଛି।