ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଆଉ ୨ ସପ୍ତାହ ବଢ଼ିଲା ଲକ ଡାଉନ୍। କରୋନା ନିୟନ୍ତ୍ରଣ ପାଇଁ ଆସନ୍ତା ୧୭ ତାରିଖ ଯାଏଁ ସାରା ଦେଶରେ ଲକ ଡାଉନ କଟକଣା ବଳବତ୍ତର ରହିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଗୃହ ବିଭାଗ ଏହି ନିଷ୍ପତ୍ତି ନେଇଛି। ଲକ ଡାଉନ୍ ବୃଦ୍ଧି ସମୟରେ କଣ୍ ଖୋଲା ରହିବ ଓ କଣ୍ ବନ୍ଦ୍ ସେନେଇ ନୂଆ ଗାଇଡଲାଇନ ଜାରି ହୋଇଛି।
ରେଡ୍ ଜୋନ:
୧. ଗ୍ରାମାଞ୍ଚଳରେ ଥିବା ସମସ୍ତ ନିର୍ମାଣ ଓ ଶିଳ୍ପ କାମ , ଖାଦ୍ୟ ଉତ୍ପାଦନ ହେବ। ଗ୍ରାମାଞ୍ଚଳରେ ସପିଂ ମଲକୁ ଛାଡ଼ି ଆଉ ସମସ୍ତ ଗଳି କନ୍ଦି ଦୋକାନ ଖୋଲିବ। ସମସ୍ତ ପ୍ରକାରର କୃଷି ଭିତ୍ତିକ କାର୍ୟ୍ୟକୁ ଅନୁମତି ମିଳିବ।
୨. ମତ୍ସ୍ୟ ଓ ପଶୁ ସମ୍ପଦ କାର୍ୟ୍ୟ ଚାଲୁ ରହିବ
୩. ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ଜାରି ରହିବ
୪. ଧାର୍ମିକ କାର୍ୟ୍ୟ, ଜିମ , ସପିଂ ମଲ୍ , ଶିକ୍ଷାନୁଷ୍ଠାନ ବନ୍ଦ୍ ରହିବ
୫. ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଆଦି ଖୋଲା
୬. ବିଜୁଳି, ପାଣି,ୱେଷ୍ଟମ୍ୟାନେଜମେଣ୍ଟ କାର୍ୟ୍ୟକ୍ଷମ ହେବ
୭. ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମ, ଆଇଟି, କଲ ସେଣ୍ଟର, ଶୀତଳ ଭଣ୍ଡାର ଖୋଲା ରହିବ
୮. ବାଇକରେ ପଛରେ ଆରୋହୀଙ୍କୁ ଅନୁମତି ନାହିଁ
ଅରେଞ୍ଜ ଜୋନ:
୧. ଟ୍ୟାକ୍ସି ଓ କ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଚାଲିବ , ବାଇକ୍ ରେ ଜଣେ ଯାତ୍ରୀ ଯାଇପାରିବେ
୨. କେବଳ ଅନୁମତି ପ୍ରାପ୍ତ ପାସ୍ ଥିବା ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଅନୁମତି ମିଳିବ
୩. ମଦ ଓ ପାନ ଦୋକାନ , ସେଲୁନ ଖୋଲିବନି
୪. ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ
୧. ଗ୍ରାମାଞ୍ଚଳରେ ଥିବା ସମସ୍ତ ନିର୍ମାଣ ଓ ଶିଳ୍ପ କାମ , ଖାଦ୍ୟ ଉତ୍ପାଦନ ହେବ। ଗ୍ରାମାଞ୍ଚଳରେ ସପିଂ ମଲକୁ ଛାଡ଼ି ଆଉ ସମସ୍ତ ଗଳି କନ୍ଦି ଦୋକାନ ଖୋଲିବ । ସମସ୍ତ ପ୍ରକାରର କୃଷି ଭିତ୍ତିକ କାର୍ୟ୍ୟକୁ ଅନୁମତି ମିଳିବ।
୫. ମତ୍ସ୍ୟ ଓ ପଶୁ ସମ୍ପଦ କାର୍ୟ୍ୟ ଚାଲୁ ରହିବ
୬. ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ଜାରି ରହିବ
୭. ଧାର୍ମିକ କାର୍ୟ୍ୟ, ଜିମ , ସପିଂ ମଲ୍ , ଶିକ୍ଷାନୁଷ୍ଠାନ ବନ୍ଦ୍ ରହିବ
୮. ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଆଦି ଖୋଲା
୯. ବିଜୁଳି, ପାଣି,ୱେଷ୍ଟମ୍ୟାନେଜମେଣ୍ଟ କାର୍ୟ୍ୟକ୍ଷମ ହେବ
୧୦. ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମ, ଆଇଟି, କଲ ସେଣ୍ଟର, ଶୀତଳ ଭଣ୍ଡାର ଖୋଲା ରହିବ
ଗ୍ରୀନ ଜୋନ:
୧. ଗ୍ରୀନ ଜୋନରେ ବସ୍ ଚଳାଚଳ କରିପାରିବ। କିନ୍ତୁ ବସ୍ର କ୍ଷମତା ଠାରୁ ୫୦% ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ
୨. ସମସ୍ତ ସାମଗ୍ରୀ ପରିବହନ ଗାଡ଼ିକୁ ଅନୁମତି ମିଳିବ। କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ମାଲବାହୀ ଗାଡ଼ିଗୁଡ଼ିକୁ ସ୍ୱତନ୍ତ୍ର ପାସ ମାଗି ପାରିବେ ନାହିଁ।
୩. ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ
୪. ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ
୫. ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ, ଏପରି କି ଗ୍ରୀନ ଜୋନରେ ମଦ ଦୋକାନ, ସେଲୁନ , ପାନ ଦୋକାନ ଖୋଲିବାକୁ କୋହଳ କରାଯାଇଛି