ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ତହସିଲ କାର୍ୟ୍ୟାଳୟରେ କୌଣସି କାମ ଠିକ ସମୟରେ ହେଉନଥିବା ଅଭିଯୋଗରେ ମଙ୍ଗଳବାର ସ୍ଥାନୀୟ ଲୋକମାନେ କାଯ୍ୟାଳୟରେ ତାଲା ପକାଇଛନ୍ତି। ଫଳରେ ଏଠାରେ ଘଟଣାସ୍ଥଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ପୂର୍ବରୁ ତହସିଲ ଅଫିସରେ କର୍ମଚାରୀ ଅଭାବ ଥିବାବେଳେ ଏଠାରେ ଥିବା କର୍ମଚାରୀଙ୍କୁ ଅନ୍ୟତ୍ର ଡେପୁଟେସନରେ ନିଆ ଯାଉଥିବାରୁ ତହସିଲରେ କର୍ମଚାରୀ ଅଭାବ ଦେଖାଯାଇଛି। ଯାହାଦ୍ୱାରା ତହସିଲ କାର୍ଯ୍ୟାଳୟରେ କୌଣସି କାମ ଠିକ ସମୟରେ ହୋଇପାରୁ ନାହିଁ। ଏ ନେଇ ସାଧାରଣରେ ଅସନ୍ତେଷ ଦେଖା ଦେଉଛି। ଫଳରେ ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଆଜି ତହସିଲ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି।