ଆଶ୍ରୟ ଘରେ ଝୁଲୁଛି ତାଲା, ଗଛ ସାଜିଛି ଭରସା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ବ୍ଲକକୁ ଆସୁଥିବା ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ଆଶ୍ରୟ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ଗଛ ମୂଳରେ ଆଶ୍ରୟ ନେଉଛନ୍ତି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏପରି ହୋଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି । ତେଣୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।