ଲକ୍ ଡାଉନ୍ : ରାସ୍ତାକୁ ବାହାରିଥିବା ଲୋକଙ୍କ ପାଇଁ ପୋଲିସର ଅଭିନବ ଦଣ୍ଡ

ଚନ୍ଦ୍ରଶେଖରପୁର,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱ କରୋନା ପାଇଁ ଆତଙ୍କିତ । କେଉଁ ସମୟରେ କ’ଣ ଘଟିପାରେ ଏପରିକି ଜଣଙ୍କ ପାଇଁ ପୁରା ସମାଜ ସଙ୍କଟରେ ପଡିପାରେ ଏହାକୁ କିପରି ଦୂରେଇବାକୁ ପଡ଼ିବ ସେଥିପାଇଁ ସରକାର ଲୋକଙ୍କୁ ବିନତି କରିବା ସହ କଠୋର ପଦକ୍ଷେପ ମଧ୍ୟ ନେଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ୨୧ ଦିନ ସମଗ୍ର ଭାରତ ବର୍ଷକୁ ଲକଡାଉନ୍ କରିଛନ୍ତି। ଯେପରି ଲୋକେ ଘରୁ ବାହାରକୁ ବାହାରିବେ ନାହିଁ । ତଥାପି କିଛି ଲୋକ ସରକାରଙ୍କ ନିୟମକୁ ନ ମାନି ରାସ୍ତାରେ ବୁଲୁଛନ୍ତି । ଯାହାଫଳରେ କାର୍ଯ୍ୟରତ ପୋଲିସ ଏହି ନିୟମ ଖିଲାପ କାରିଙ୍କ ପାଇଁ କଠୋର ପଦକ୍ଷପ ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଚନ୍ଦ୍ରଶେଖରପୁର ,ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଟ୍ରାଫିକ ପୋଲିସ ପକ୍ଷରୁ ମିଳିତଭାବେ ସମଗ୍ର ଅଂଚଳରେ ଲକଡାଉନ୍ କରାଇଥିଲେ । ଏହାକୁ ନେତୃତ୍ୱ ନେଇଥିଲେ ଦୁଇ ଥାନାର ଅଧିକାରି ବିଶ୍ୱଜିତ୍ ମହାନ୍ତି ,ବିଶ୍ୱ ରଞ୍ଜନ ନାୟକ ,ଟ୍ରାଫିକ ଥାନା ଅଧିକାରି ପି.କେ ପଟ୍ଟନାୟକ ଓ ସ୍ଥାନିୟ ଏସିପି ପ୍ରକାଶ ପାଲ । ଚେକିଂ ସମୟରେ ଅନେକ ଲୋକ ଏହି ଲକ ଡାଉନକୁ ଖାତିର ନକରି ରାସ୍ତା ଉପରକୁ ଆସିଥିଲେ ।

ଯାହାପଳରେ ପୋଲିସ ଓ ଟ୍ରାଫିକ ଅଫିସରମାନେ ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଉପରେ ମୋଟା ଅଙ୍କର ଜୋରିମନା ସହ ରାସ୍ତା ଉପରେ ବସଉଠ୍ , ଅନେକଙ୍କ ହାତରେ ” ମୁଁ ଲୋକଙ୍କ ଶତୃ “ଲେଖାଥିବା ପ୍ଲା କାର୍ଡ ଧରାଇ ଫଟୋ ଉଠାଇଥିଲେ। ଏହି ଲୋକମାନେ ଆସନ୍ତା କାଲିଠାରୁ ଆଉ ରାସ୍ତାକୁ ନ ଆସିବା ପାଇଁ ଶପଥ ପାଠ କରି ଘଟଣାସ୍ଥଳରୁ ଯାଇଥିଲେ ।