ଲକଡାଉନ୍ ୫.୦ : କଟକଣା କୋହଳ, ଏବେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ

ଭୁବନେଶ୍ୱର : କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ପୁଣି ଥରେ ଲକଡାଉନ ଲାଗୁ ହୋଇଛି । ଏହି ୫.୦ ଲକଡାଉନକୁ କେନ୍ଦ୍ର ସରକାର ଅନଲକ୍-୧ର ନାମ ଦେଇଛନ୍ତି । ଦେଶରେ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଏହି ଅନଲକ୍ ପର୍ଯ୍ୟାପ୍ତ ଲାଗୁ ରହିବ । ଅବରୋଧ ଅଞ୍ଚଳ ବାହାରେ ପର୍ଯ୍ୟାୟକ୍ରମେ କୋହଳ ମିଳିବ । କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଲକଡାଉନ୍ ଜାରି ରହିବ। ୩୦ ଜୁନ୍ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସରକାରୀ ଗାଇଡଲାଇନ ଅନୁସାରେ, ସାରା ଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ତେବେ ଏହା ପୂର୍ବରୁ ପରି ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ରହିବ ନାହିଁ । ଏହାର ସମୟସୀମରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହାକୁ ରାତି ୯ରୁ ସକାଳ ୫ଟା ଯାଏଁ କରାଯାଇଛି । ଏହି ସମୟରେ ପୂର୍ବପରି ସମସ୍ତ ଗତିବିଧି ଉପରେ କଟକଣା ଲାଗିବ । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ । ଏହି ସମୟ ମଧ୍ୟରେ କେହି ବାହାରକୁ ବାହାରି ପାରିବେ ନାହିଁ । ସେହିପରି ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗିବ ।

ମାଲ ପରିବହନରେ ନିୟୋଜିତ ଗାଡି ଚଳାଚଳ କରିପାରିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ । ଏହାସହ ୧୪୪ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ଏହା ସହିତ ୮ ଜୁନରୁ ସର୍ତ୍ତମୂଳକ ଭାବେ ସବୁଧାର୍ମିକ ସ୍ଥଳ ଖୋଲିବ। ଅନଲକ୍-୧ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଜୁଲାଇରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ । ସେହିପରି ଜୁନ ୮ରୁ ଶିଳ୍ପ ସଂସ୍ଥା ଓ ହୋଟେଲ, ସପିଂ ମଲ, ରେଷ୍ଟୁରାଣ୍ଟ ଖୋଲିବ । ଅନଲକ୍-୧ ପର୍ଯ୍ୟାୟରେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗମନାଗମନର ଅନୁମତି ରହିଛି । ଏହା ସହ ସିନେମା ହଲ, ଜିମ, ପାର୍କ, ମେଟ୍ରୋ ସେମା ବନ୍ଦ ରହିବ ।