ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ବିଦ୍ୟୁତ୍ ତାର ଲାଗି ୨ ଜାଗାରେ ୩ ଜଣଙ୍କର ବୁଧବାର ଦିନ ମୃତ୍ୟୁ ଘଟିଛି। ବଲାଙ୍ଗିରର ଲୋଇସିଙ୍ଗା ନିକଟସ୍ଥ ଅଗଳାପୁର ଗ୍ରାମରେ ଜଣେ ମହିଳା ଛାତକୁ ଶୁଖିଲା ଲୁଗା ଆଣିବାକୁ ଯାଇଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରୁ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତତ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଉ ଏକ ଘଟଣାରେ ଗୁରୁଣ୍ଡୀଗ୍ରାମର ଜଣେ ଯୁବକ ତାଙ୍କ ଭଉଣୀକୁ ବିଦ୍ୟୁତ୍ ସଂସ୍ପର୍ଶରୁ ରକ୍ଷା କରିବାକୁ ଯାଇ ନିଜେ ଫଶି ଯାଇଥିଲେ। ଘଟଣାରୁ ଜଣାପଡ଼ିଛି ଯେ ଜଣେ ଉକ୍ତ ଯୁବକଙ୍କୁ ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।