ଚୀନରୁ ମିଳିଲା ଜୀବନ୍ତ କରୋନା ଭୂତାଣୁ

ବେଞ୍ଜିଂ, ଏଜେନ୍ସି: ଚୀନରେ ଏକ ଜୀବନ୍ତ କରୋନା ଭୂତାଣୁ ମିଳିଛି। ଚୀନର ସ୍ୱାସ୍ଥ୍ୟ ଅଧିକାରୀ କିଙ୍ଗଦାଓ ଶହରରେ ପ୍ୟାକେଟ ଖାଦ୍ୟରେ ଜୀବନ୍ତ କରୋନା ଭୂତାଣୁର ସନ୍ଧାନ କରିଛନ୍ତି। ଚୀନ ସେଣ୍ଟର ଫର ଡିଜିଡ କଣ୍ଟ୍ରୋଲ ଏବଂ ପ୍ରିଭେନସନ( ସିଡିସି) ଶନିବାର ଏହି ଜୀବନ୍ତ ଭୂତାଣୁ ବିଷୟରେ ଅବଗତ କରାଇଛି। ସିଡିସି ଏହା ସ୍ପଷ୍ଟ କରିଛି ଯେ, ଶୀତତାପ ନିୟନ୍ତିତ ସ୍ଥାନରେ ରହୁଥିବା ପ୍ୟାକେଟ ଖାଦ୍ୟରେ କରୋନା ଭୂତାଣୁ ରହିପାରନ୍ତି। ଏହାଦ୍ୱାରା ସଂକ୍ରମଣ ହୋଇପାରେ। ପ୍ରକାଶ ଥାଉକି, କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱକୁ କବଜା କରିସାରିଲାଣି। ବହୁଲୋକ ମୃତ୍ୟୁ ବରଣ କରିଛନ୍ତି। ଏହି ଭାଇରସ ପାଇଁ ବିଶ୍ୱର ଏନେକ ଦେଶ ଚୀନକୁ ଦାୟୀ କରିଥିବାବେଳେ ଚୀନ ବାରମ୍ବାର ମନା କରିଛି। ତେବେ ପ୍ରଥମ ଥର ପାଇଁ ଚୀନରେ ଜୀବନ୍ତ କରୋନା ଭୂତାଣୁ ଥିବା ସ୍ୱୀକାର କରିଛି।