‘ନିତିଦିନ’ ପକ୍ଷରୁ ବାହୁଡ଼ାଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ କଟକଣାଯୁକ୍ତ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଥିବାରୁ ଭକ୍ତମାନେ ବଡ଼ଦାଣ୍ଡକୁ ଯାଇପାରୁନାହାନ୍ତି। ଏଭଳି ସ୍ଥିତିରେ ଭକ୍ତମାନେ ଘରେ ରହି କିଭଳି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ, ତାକୁ ଦୃଷ୍ଟିରେ ରଖି ‘ନିତିଦିନ ଡିଜିଟାଲ’ ମିଡ଼ିଆରେ ବାହୁଡ଼ାଯାତ୍ରାର ସିଧାପ୍ରସାରଣ କରାଯାଉଛି।

ଆଜି ସକାଳ ସାଢ଼େ ୭ଟାରୁ ସିଧାପ୍ରସାରଣ ଆରମ୍ଭ ହୋଇଛି। ଏହି ଅବସରରେ ପଣ୍ଡିତ କୃଷ୍ଣଚନ୍ଦ୍ର ଶତପଥୀ ଓ ପ୍ରକାଶଚନ୍ଦ୍ର ରାଉତ ଧାରାବିବରଣୀ ପାଠ କରୁଛନ୍ତି। ଉଭୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଏବଂ ମନ୍ଦିର ପରମ୍ପରା ଉପରେ ସବିଶେଷ ବିବରଣୀ ପ୍ରଦାନ କରିବେ। ତିନି ଦିଅଁଙ୍କ ଯାତ୍ରା ପର୍ଯ୍ୟନ୍ତ ସମସ୍ତ ମୁହୂର୍ତ୍ତକୁ ଦର୍ଶକ ‘ନିତିଦିନ ଡିଜିଟାଲ’ ମାଧ୍ୟମରେ ନିତିଦିନ ଫେସବୁକ୍ ପେଜ୍ କିମ୍ବା ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଦେଖିପାରିବେ।