କେସିଙ୍ଗା,ଏନ୍ଏନ୍ଏସ୍: ଓଡ଼ିଶା ତଥା କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କେସିଙ୍ଗା ଚେତାବନୀ ସାହିତ୍ୟ ଅନୁଷ୍ଠାନର ୩୫ତମ ପୁଷପୁନି ଭେଟଘାଟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଉଦଯାପିତ ହୋଇଯାଇଛି । ସାହିତ୍ୟ ମଣିଷର ଚିନ୍ତା ଚେତନାକୁ ପରିଶୁଦ୍ଧ କରିବା ସହିତ ତା’ର ଚିନ୍ତାଧାରାକୁ ସକାରାତ୍ମକ କରି ସମାଜରେ ସଂସ୍କାର ଆଣିବାରେ ସହାୟକ ହୋଇଥାଏ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡା. ହୃଷିକେଶ ମଲ୍ଲିକ କହିଛନ୍ତି । କଳାହାଣ୍ଡିର କେସିଙ୍ଗାସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦର ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେସିଙ୍ଗା ପୌର ପରିଷଦର ନଗରପାଳ ନୃପରାଜ ଯାଦବ, ବରେଣ୍ୟ ଅତିଥିଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଶିଷ୍ଟ ଅତିଥିଭାବେ ସମାଜସେବୀ ରାମକୁମାର ଜୈନ ଓ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ହରିଶଙ୍କର ଭୋଇ ଯୋଗ ଦେଇଥିଲେ। ଉପସଭାପତି ରମେଶ ଜେନା ମଞ୍ଚ ପରିଚାଳନା କରିଥିଲେ ।