ପୌର ନିର୍ବାଚନ ପାଇଁ ବନ୍ଦ ରହିବ ମଦ ଦୋକାନ; ରାଜ୍ୟ ଅବକାରୀ ବିଭାଗର ବଡ଼ ନିଷ୍ପତ୍ତି

ଭୁବନେଶ୍ବର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପାଇଁ ଅବକାରି ବିଭାଗ ମଦ ଦୋକାନ ବନ୍ଦ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୌର ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି କରିଛି ଅବକାରୀ ବିଭାଗ। ନିର୍ବାଚନ ପ୍ରଚାର ଶେଷଠାରୁ ଭୋଟ ଗଣତି ପର୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟକ ମଦ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ଆସନ୍ତା ମାର୍ଚ୍ଚ ୨୪ ରେ ପୌର ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୨୬ ତାରିଖ ଏହାର ଫଳାଫଳ ପ୍ରକାଶିତ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଛି ପୌର ନିର୍ବାଚନ ମାହୋଲ । ପୌର ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଏବେ ପ୍ରାର୍ଥୀମାନେ ଜୋରସୋର ପ୍ରଚାର ଆରମ୍ଭ କରିଛନ୍ତି।