ବିପୁଳ ଦେଶୀ ମଦ ଜବତ, ୪ଗିରଫ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୯୨ ଲିଟର ଚୋରା ଦେଶୀ ମଦ ଜବତ ସହ ୪ ଜଣକୁ ଗିରଫ କରାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତିି। ଗିରଫ ଅଭିଯୁକ୍ତମାନେ ହେଲେ ଶିବରାମ ସାହୁ, ଦୀନବନ୍ଧୁ ସାହୁ, ସନ୍ୟାସୀ ସାହୁ ଏବଂ ଅଜିତ ସାହୁ। ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଆଇଆଇସି ମାଝିଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ଅନିଲ କୁମାର ଦେବତା ଏବଂ ସୌମ୍ୟରଞ୍ଜନ ଜେନା ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।