୬୦ ଲିଟର ଦେଶୀମଦ ଜବତ, ୩ ଗିରଫ

ବାଲେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୬୦ଲିଟର ଦେଶୀମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ସୂଚନାକ୍ରମେ ସଦରଥାନା ଅନ୍ତର୍ଗତ ମୋରଡା, ପରିଖି ପ୍ରଭୃତି ସ୍ଥାନରେ ବାଲେଶ୍ୱର ଅବକାରୀ ବିଭାଗର ମୋବାଇଲ ୟୁନିଟ ଚଢ଼ଉ କରି ୨୦ହଜାର ଟଙ୍କାର ୬୦ଲିଟର ଦେଶୀମଦ ଜବତ କରିବା ସହ ୩ଜଣଙ୍କୁ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଞ୍ଜନ କରଣ, ନିଲୁ ଦାସ ଓ ରଞ୍ଜନ ଦାସ।