ମଦ ବ୍ୟବସାୟୀ ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଜଗତସିଂହପୁର,ଏନ୍ଏନ୍ଏସ୍: ମଙ୍ଗଳବାର ଜଗତସିଂହପୁର ଜିଲ୍ଲା କୁଜଙ୍କ ଥାନା ଅନ୍ତର୍ଗତ କୁଜଙ୍ଗ ଠାରେ ଥିବା ମଦ ଦୋକାନୀ ପଶିଆ ଆଲିୟାସ ପ୍ରଶାନ୍ତ ନାରାୟଣ ଦାସଙ୍କୁ ଗୁଳିକରି ହତ୍ୟା କରିବା ମାମଲାକୁ କୁଜଙ୍ଗ କୋଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ବିଚାର କରି ଏଥିରେ ସମ୍ପୃକ୍ତି ୬ଜଣ ଅଭିଯିକ୍ତଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହିତ ପ୍ରତି ଦୋଷୀଙ୍କୁ ୨୦ ହଜାର ଟଙ୍କା ଲେଖାଏ ଅର୍ଥ ଦଣ୍ଡରେ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାସ କରିଛନ୍ତି।ମାନ୍ୟବର ଜ ଜ୍ ଏହି ମାମଲାରେ ୧୦ ଜଣ ସାକ୍ଷଙ୍କୁ ଅଧାର କରି ଏହି ରାୟ ପ୍ରକାଶ କରା ଯାଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡିସନାଲ ପିପି ଦେବାଶିଷ କଣ୍ଠ ସୂଚନା ପ୍ରଦାନ କରିଛନ୍ତି।

ସୂଚନାରୁ ଜଣା ଯାଇଛି, ତା୧୧.୦୭.୨୦୧୪ ରିଖ ରାତ୍ର ୯ଘ ସମୟରେ କୁଜଙ୍ଗ ମଦ ଦୋକାନୀ ପଶିଆ ଅଲିୟାସ ପ୍ରଶାନ୍ତ ନାରାୟଣ ଦାସଙ୍କ କୁଜଙ୍ଗ ବ୍ଲକ ପଦିଅରେ ଗୁଳି କରାଯାଇ ହତ୍ୟା କରା ଯାଇଥିଲା। ଏହି ଘଟଣାରେ କୁଜଙ୍ଗ ଥନାରେ ଦପାଂ ୧୪୭/ ୧୪୮/ ୩୮୫/ ୩୦୨/ ୧୪୯ ଓଚଉ/ ୨୫(୧ବି) ଏ/୨୭ ଆର୍ମସ ଅକ୍ଟରେ ୬ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ନଂ ୨୬୭/୨୦୧୪ କୁଜଙ୍ଗ ଆଇ ଆଇ ସି ଚିନ୍ମୟ ରାଉତ ରୁଜୁ କରି ଗିରପଂ ଅଭିଯୁକ୍ତଙ୍କୁ ଗିରପଂ କରିଥିଲେ।

ସେହି ୬ଜଣ ଅଭିଯୁକ୍ତ ହେଲେ , କୁଜଙ୍ଗ ଥାନା କୋଠିଆସାହି ଗ୍ରାମର ବନ୍ଧୁ ପାତ୍ରଙ୍କ ପୁଅ ମଣ୍ଟୁ ପାତ୍ର, ଶରତ ଦାସଙ୍କ ପୁଅ ଆପୁଅ ଅଜିତ୍ ଦାସ, କୁଜଙ୍ଗ ଚାରଡିଆଁ ଗ୍ରାମର ସତ୍ୟପ୍ରିୟ ଶୁକ୍ଳାଙ୍କ ପୁଅ ରିଙ୍କୁ ଅ ଲିଙ୍କନଅ ଶୁଭ୍ରାଂଶୁ ଶେଖେର ଶୁକ୍ଳା, କୁଜଙ୍ଗ ଷଣ୍ଢପୁର ଗ୍ରାମର ବାବନ ଦାସଙ୍କ ପୁଅ ଟୁକୁନାଅ ଜୀମୁତ ଦାସ, କଟକ ଗତିରାଉତପାଟଣା ଅଂଚଳର ସରତିନ୍ ରାଉତଙ୍କ ପୁଅ ଡୋରାଅ ରଣଜିତ୍ ରାଉତ ଓ ଗଣେଶ୍ବର ରାଉତଙ୍କ ପୁଅ ରାଜାଅ ରାଜେଶ ରାଉତ ଜଣାଯାଇଥିଲା। ଆଜି କୁଜଙ୍ଗ ଥାନାର ଏହି ୨୦୧୪ ମସିହା ହତ୍ୟା ମାମଲାକୁ କୁଜଙ୍ଗ ଜଜ୍ ବିଚାର କରି ଉପରୋକ୍ତ ରାୟ ପ୍ରକାସ କରିଛନ୍ତି।