ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ୭ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ତରଫରୁ ଶୁକ୍ରବାର ତୁରୁମୁଙ୍ଗା ଓ ପାଟଣା ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ବେଆଇନ ମଦ ବିକ୍ରି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ତୁରୁମୁଙ୍ଗା ଥାନା କଣ୍ଟିଆପଡା ଗ୍ରାମର ଟଙ୍କଧର ବେହେରା, ମହିଁଶାମୁଣ୍ଡି ଗ୍ରାମର ସିତାରାଣୀ ମୁଣ୍ଡା, କୈଳାସ ନାଏକ ଓ ଶୁକ ମୁଣ୍ଡା, ପାଟଣା ଥାନା ନୂଆପଡା ଗ୍ରାମର ଗୌରୀଶଙ୍କର ମହାନ୍ତ, ଗୁଳୁଦିପଶି ଗ୍ରାମର ପଞ୍ଚାନନ ମୁଣ୍ଡା ଓ ରାଇଟର ମୁଣ୍ଡା ଏମାନଙ୍କ ଠାରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗ ତରଫରୁ ଦିଲ୍ଲୀପ ତାଣ୍ଡି, ଜନାର୍ଦ୍ଦନ ପଲେଇ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।