ବିପୁଳ ମହୁଲି ମଦ ଜବତ ଓ ପୋଚ ନଷ୍ଟ, ୫ ବେପାରୀ କୋର୍ଟଚାଲାଣ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗର ସାହରପଡା ବ୍ଲକର ପିଙ୍ଗୁପାଟଣା ଓ ରାଧାପୁର ଗ୍ରାମରେ ଚଢ଼ାଉ କରି ୨୨୨ ଲିଟର ମହୁଲି ମଦ ଜବତ କରିବା ସହିତ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଓ ୮୦୦ ଲିଟର ପୋଚ ନଷ୍ଟ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣା ଅବକାରୀ ଥାନା ପୋଲିସ ।

ପୂର୍ବରୁ ପାଟଣା ଥାନା ଅଞ୍ଚଳ ରେ ବ୍ୟାପକ ମହୁଲି ମଦ କାରବାର ହୋଉଥିବା ଅଭିଯୋଗ ହୋଇଥିଲା ପୋଲିସ ଓ ଅବକାରୀ ବିଭାଗର ଶିଥିଳତା ପାଇଁ ଏ ଅଞ୍ଚଳରେ ମହୁଲି ମଦ ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଥିଲା ।

ମଂଗଳବାର ପାଟଣା ଅବକାରୀ ଥାନା ତରଫରୁ ଚଢ଼ାଉ କରି ମଦ ଜବତ କରି ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ହେଲେ ପିଙ୍ଗୁ ପାଟଣା ଗ୍ରାମର ଚଢ଼ାଉ କରି ମନଜ ଟୁଡୁ ଠାରୁ ୩୦ଲି ଓ ସାଲଗେ ମାଝି ଠାରୁ ୨୦ ଲିଟର / ରାଧାପୁର ଗ୍ରାମର ଗୌତମ ବେହେରା ଠାରୁ ୨୪ ଲିଟର ସୁରେନ୍ଦ୍ର ବେହେରା(୫୦) ୩୫ଲିଟର ଓ ଦିଲୀପ ବେହେରା ଠାରୁ ୩୩ ଲିଟର ମହୁଲି ମଦ ଜବତ କରିଛି ପାଟଣା ଅବକାରୀ ବିଭାଗ। ଏହି ଚଢ଼ାଉରେ ପାଟଣା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ।