ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ୪ ଗିରଫ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦେଶୀ ଓ ବିଦେଶୀ ମଦ ଚାଲାଣକୁ ରୋକିବା ପାଇଁ ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ନୂତନ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ଆର କ୍ଷୀ ଅଧି କ୍ଷକ ଶ୍ରବଣା ବିବେକ ଏମଙ୍କ ନିର୍ଦେଶ କ୍ରମେ ଚୋରା ମଦ ଆଡ୍ଡା ସ୍ଥଳୀ ଉପରେ ପୋଲିସ ଟିମର ଚଢଉ ଆରମ୍ଭ ହୋଇଛି। ଏହିକ୍ରମରେ ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢଉ କରି ୧୪୯ ଲିଟର ଦେଶୀ ମଦ ଜବତ କରିଛି।

ସବ-ଇନିସପେକ୍ଟର ଦିପ୍ତି ସାହୁ ଓ ଟିମ ଏହି ଚଢଉରେ ନିୟୋଜିତ ଥିଲେ। ଚୋରା କାରବାରରେ ସଂପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ ଗରିଫ କରିଛି କଲ୍ୟାଣସିଂହପୁର ପୋଲିସ। ଏ ନେଇ ୧୦୪/୧୦୫ ପ୍ରକାରେ ମାମଲା ରୁଜ୍ଜୁ କରାଯାଇ ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ଗୁଣପୁର ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଏବଂ ଟିମ ବିଭିନ୍ନ ସ୍ଥାନରେ ରେଡ କରି ୨ ଜଣ ମଦ ବ୍ୟବସାୟୀଙ୍କ ଠାରୁ ୪୩ ଲିଟ ର ମଦ ସହ ଗୋଟିଏ ବାଇକ ଜବତ କରିଛନ୍ତି। ଏ ନେଇ ଗୁଣପୁର ଥାନାରେ ୧୪୧ପ୍ରକାରେ ଏକ ମାମଲା ରୁଜ୍ଜୁ କରି ୨ ଚୋରା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।