ମଦମୁକ୍ତ ଓଡ଼ିଶା ପାଇଁ ‘ପ୍ରଭାତଫେରି’ ଅନୁଷ୍ଠିତ 

ଝାରସୁଗୁଡା,ଏନ୍ଏନ୍ଏସ୍: ମଦ ମୁକ୍ତ ଓଡିଶା ଗଠନ ପାଇଁ ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ବଢ଼େଇମୁଣ୍ଡା ଗ୍ରାମରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଦ ମୁକ୍ତି ଯୁବ ବାହିନୀ ପକ୍ଷରୁ କୁହାଯାଇଛି ଯେ, ମଦ ଯୋଗୁଁ  ରାଜ୍ୟରେ ଦୁର୍ଘଟଣା, ଘରୋଇ ହିଂସା, ନାରୀ ନିର୍ଯାତନା, ହତ୍ୟା, ବଳାତ୍କାର, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢି ଚାଲିଛି। ଫଳରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ କୋଟି କୋଟି ରଜସ୍ୱ ହରାଉଛନ୍ତି।

ଅନ୍ୟପଟେ ଯୁବଗୋଷ୍ଠୀଙ୍କୁ ନିଶାଗ୍ରସ୍ତ ହୋଇ ନିଜ କର୍ତ୍ତବ୍ୟରୁ ଦୁରେଇ ହେବାସହ ଅପରାଧିକ କାର୍ଯ୍ୟକଳାପରେ ଯୋଡି ହେଉଛନ୍ତି। ମଦ ମଣିଷ ସମାଜର ପରମ ଶତ୍ରୁ, ତେଣୁ ମଦ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାନ୍ତୁ ବୋଲି ମଦମୁକ୍ତି ଯୁବବାହିନୀ ପକ୍ଷରୁ କୁହାଯାଇଛି। ଏହାସହ ମଦମୁକ୍ତ ରାଜ୍ୟ ଗଠନ କରିବା ପାଇଁ ମଦମୁକ୍ତି ଯୁବବାହିନୀ ଓଡ଼ିଶାର ବିଭିନ୍ନ ସ୍ଥାନରେ “ପ୍ରଭାତଫେରି” କାର୍ଯ୍ୟକ୍ରମ ଆୟୋଜିତ କରି ଲୋକଙ୍କୁ ସଚେତନ କରୁଛିବୋଲି ଯୁବବାହିନୀର ଝାରସୁଗୁଡା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ରଣା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମ ରତ୍ନାକର ପ୍ରଧାନଙ୍କ ତତ୍ତ୍ୱାବଧାନରେ ହେଇଥିବାବେଳେ ଝାରସୁଗୁଡା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ରଣା, ମଧୁସୂଦନ ଭଇଁସା, ଚତୁର୍ଭୁଜ କୁମୁରା, ବରୁଣ କିସାନ, ଉଜ୍ଜ୍ୱଳ ସେଠୀ, ବିକାଶ ଓରାମ, ସୁମନ୍ତ କିସାନ, ରତ୍ନାକର ପ୍ରଧାନ, ପ୍ରଭାକର ଓରାମ, ମୋହନ ପିଙ୍ଗ, ରଜନୀ ପ୍ରଧାନ, ପୁଷ୍ପା ପ୍ରଧାନ, ବିନୋଦ ବାଗ, ହଳଧର ଟପ୍ପୋ, ଦ୍ରୁଲବ କିସାନ, ଗୋଲାପୀ ପ୍ରଧାନ, ନିରଞ୍ଜନ ଡ଼ନସନାଙ୍କ ସହ ଅନ୍ୟମାନେ ଯୋଗଦେବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ଯୁବ ସାଥି ମାନଙ୍କୁ ସଙ୍ଗଠନ ସହ ଯୋଡ଼ିବା ପାଇଁ ଲକ୍ଷ ରଖିଥିବା ସୂଚନା ଦେଇଛନ୍ତି।