ଦେଶୀ ମଦ ଜବତ : ୫ ଗିରଫ

ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱାବଧାନରେ ଗୁରୁବାର ଦାରିଙ୍ଗବାଡ଼ି ଥାନାର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୫ଜଣ ଚୋରା ଦେଶୀମଦ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବ ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିନ୍ତି। ଗିରଫ ମାନେ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମାହାଡ଼ଗାଣ୍ଡା ଗ୍ରାମର ରଂଜନ ନାୟକ, ଗ୍ରୀନବାଡ଼ି ଗ୍ରାମର ସାମୁଏଲ ଦିଗାଳ, ମୁଣ୍ଡଳାବାଲି ଗ୍ରାମର ରଂଜିତ ଦିଗାଳ ବେତାଙ୍ଗି ଛକର ଇନ୍ଦ୍ରନାଥ ପ୍ରଧାନ ଓ କିରିକୁଟୀ ଗ୍ରାମର ଅମ୍ବିକା ନାୟକ ।

ସୂଚନା ଅନୁଯାୟୀ, ଆଜି ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କ ନେତୃତ୍ୱରେ ସବ-ଇନିସପେକ୍ଟର ସୌମ୍ୟରଂଜନ ଜେନା ଓ ଅନିଲ ଦେବତା ପୁଲିସ ଫୋର୍ସ ସାଥିରେ ମାହାଡ଼ଗାଣ୍ଡା ,ଗ୍ରୀନବାଡ଼ି,କିରିକୁଟୀ ଡାଡ଼ାକେତା ଓ ମୁଣ୍ଡଲାବାଲି ବିଭିନ୍ନ ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ୫୦ଲିଟର ଲିଟର ଦେଶୀ ମହୁଲି ମଦ ଜବତ କରିଥିଲୋ । ପୁଲିସ ରଂଜନ ଠାରୁ ୧୮ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ସାମୁଏଲ ନିକଟରୁ ୧୪ ଲିଟର ରଂଜିତ ଠାରୁ ୧୫ ଲିଟର ଇନ୍ଦ୍ରନାଥ ଠାରୁ ୧୯ ଲିଟର ଏବଂ ଅମ୍ବିକା ଠାରୁ ୧୮ ଲିଟର ମଦ ଜବତ କରିଥିଲେ। ଏନେଇ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।