ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆଦିଲ୍ଲୀରେ ହେଉଥିବା ଗଣତନ୍ତ୍ର ଦିବସର ପ୍ୟାରେଡ ପାଇଁ ଓଡ଼ିଶାର ଭୁବନେଶ୍ୱରର ପ୍ରାଚୀନ ଲିଙ୍ଗରାଜ ମନ୍ଦିରର ବାସ୍ତୁଶିଳ୍ପକୁ ପ୍ରଦର୍ଶିତ କରାଯିବ। ଏ ନେଇ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ପତ୍ର ଜରିଆରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଶା ପକ୍ଷରୁ ନୂଆଦିଲ୍ଲୀ ଠାରେ ହେବାକୁଥିବା ପ୍ୟାରେଡରେ ସାମିଲ ହେବା ପାଇଁ ୧୫ଟି ସାରଣୀ ଦିଆଯାଇଥିଲା।
ସେଥିରୁ ମନ୍ତ୍ରାଳୟ ପକ୍ଷରୁ ବିଖ୍ୟାତ ମୂର୍ତ୍ତିକାର ଗଜେନ୍ଦ୍ର ସାହୁଙ୍କ ଦ୍ୱାର ପ୍ରସ୍ତୁତ ଲିଙ୍ଗରାଜ ମେଢ଼ ସାରଣୀକୁ ଚୟନ କରାଯାଇଛି। ତେବେ ଏହି ସାରଣୀରେ ଲିଙ୍ଗରାଜ ମନ୍ଦିର ଓ ଭଗବାନ ଶିବଙ୍କ ରୁକ୍ମଣୀ ରଥର ପ୍ରତିବିମ୍ବ ଦେଖାଯିବ। ଏଥି ସହ ଉକ୍ତ ସାରଣୀ ଉପରେ ୨୮ଜଣ ନୃତିକା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବେ। ସେହିପରି ଏହି ପ୍ୟାରେଡରେ ଅନ୍ୟ ୧୫ଟି ରାଜ୍ୟର ସାରଣୀ ମଧ୍ୟ ପ୍ରଦର୍ଶନ ହେବ।